Header Ads Widget

Shubhapallaba free e-Magazine and online web Portal

ଓଡ଼ିଆ ପ୍ରାଣର ପ୍ରିୟ ଗୁଲୁଗୁଲା

ଅଧିକାଂଶ ଓଡ଼ିଆଙ୍କର ପସନ୍ଦ ଏହି ଗୁଲୁଗୁଲା । ଆଗରୁ ପ୍ରାୟ ଲୋକଙ୍କର ଏହା ପ୍ରିୟ ଜଳଖିଆ ଥିଲା, ମାତ୍ର ଧୀରେ ଧୀରେ ସମୟାନୁସାରେ ଏହିର ଚାହିଦା ଟିକେ କମିଗଲାଣି । ତେଣୁ ଲୋକମାନେ ଏବେ ଟିକେ କମ୍ ପସନ୍ଦ କରୁଛନ୍ତି, ମାତ୍ର ଆଗକାଳିଆ ଲୋକ ଯେଉଁମାନେ ଏବେ ଅଛନ୍ତି, ସେମାନେ ବି ଏହାକୁ ଏବେ ମଧ୍ୟ ପସନ୍ଦ କରୁଛନ୍ତି । ସେଇଥିପାଇଁ ତ' ଏବେ ବି ଏହାର ଚାହିଦା ରହିଛି ବଜାରରେ । ଗାଁ ଗ‌ହଳିର ଉଠା ଦୋକାନୀଠୁ ଆରମ୍ଭ କରି ସ‌ହରବଜାର ବଡ଼ ବଡ଼ ଦୋକାନୀମାନେ ସେତେବେଳେ ଖୋଲୁଥିଲେ ଗୁଲୁଗୁଲାର ପସରା, ମାତ୍ର ଏବେ କିଛି ନିର୍ଦ୍ଧିଷ୍ଟ ଦୋକାନରେ ଉପଲବ୍ଧ ହେଉଛି ଏହି ହଜିଆସୁଥିବା ସୁଆଦିଆ ଖାଦ୍ୟଟି । 

୧. ଗୁଲୁଗୁଲା, ବୋଲଡର ନାଁରେ ବି ପ୍ରସିଦ୍ଧ
୨. ଆଗରୁ ଅଟା ଓ ଗୁଡ଼କୁ ପାଣିଦେଇ ଆଣ କରୁଥିଲେ, ସେଥିପାଇଁ ଟାଣ, କଳା ଓ ସମ୍ପୂର୍ଣ୍ଣ ଗୋଲାକାର ହୁଏ:- ବୋଲଡର 
୩. ଏବେ ଅଟା, ସୁଜି, ଚିନିରସ/ସିରାରେ ଖାଇବା ସୋଡ଼ା ଦେଇ ମାଖିଦେଇ ଛଣାଯାଏ; ତେଣୁ ଖାସ୍ତା ହୁଏ ଓ ସୁନେଲି ରଙ୍ଗ ଆସେ


ଫୋଟୋ: ଡ. ବିଶ୍ୱରଞ୍ଜନ କର 

Post a Comment

0 Comments