Tuesday, 25 August 2020

ମହାପ୍ରଭୁଙ୍କ ଗୋପାଳବଲ୍ଲଭ ଭୋଗ

ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଥମ ଭୋଗ ହେଉଛି ଗୋପାଳବଲ୍ଲଭ ଭୋଗ । ଦିନର ପ୍ରଥମ ଶୁଖିଲା ଭୋଗ ଅନବସର ପିଣ୍ଡି ବା ବଳ୍ଳଭ ପିଣ୍ଡିରେ ପଞ୍ଚୋପଚାର ବିଧିରେ ସେବାୟତ ମାନେ ଏହି ନୈବେଦ୍ୟ ଅର୍ପଣ କରନ୍ତି ।

ଅଣସର ସମୟରେ ଏହା ଜୟ ବିଜୟ ଦ୍ୱାର ନିକଟରେ ସର୍ପମଣୋହି ଭାବେ ଅର୍ପଣ କରାଯାଏ । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଠାକୁରଙ୍କର ପହିଲି ଭୋଗ ନୀତି ଆରମ୍ଭ ହେଉଥିବାରୁ ଏହି ଭୋଗ ପହଲି ଭୋଗ ସହ ଅର୍ପଣ କରାଯାଏ । ଦୋଳ ପୂର୍ଣ୍ଣିମା ଓ ସ୍ନାନ ପୂର୍ଣ୍ଣିମା ଦିନ ସକାଳ ଧୂପ ସହ ଅର୍ପଣ କରାଯାଏ ।

Gopal Ballav Bhog

ପୂର୍ବେ ଏହି ଦୁଇଯାତ୍ରାରେ ବିଗ୍ରହମାନେ ରତ୍ନସିଂହାସନ ଛାଡ଼ି ବାହାର ବିଜେ କରୁଥିବାରୁ ଏଭଳି ନୀତି ଅନୁସୃତ ହେଉଥିଲା । କିନ୍ତୁ ଗଉଡ଼ିଆ ଗୋବିନ୍ଦଦେବଙ୍କ ସମୟରେ ୧୫୬୧ ଖ୍ରୀଷ୍ଟାବ୍ଦରେ ଦୋଳ ପୂର୍ଣ୍ଣିମା ଅବସରରେ ଦୋଳି ଛିଣ୍ଡି, ଶ୍ରୀଜଗନ୍ନାଥଙ୍କ ଶ୍ରୀଭୁଜ ଭଗ୍ନ ହେବାରୁ ପରବର୍ତ୍ତୀ ସମୟରେ ଜଗନ୍ନାଥଙ୍କ ବିଜୟ ପ୍ରତିମା ମଦନମୋହନଙ୍କୁ (ଦୋଳଗୋବିନ୍ଦ) ବିଜେ କରାଗଲା । ବର୍ତ୍ତମାନ ଦୋଳବେଦୀକୁ ବିଜୟ ପ୍ରତିମା ଆସିଲେ ମଧ୍ୟ ପୂର୍ବ ପରମ୍ପରା ରକ୍ଷା କରାଯାଉଛି ।
  • ସାନ ନଡ଼ିଆ କୋରା  -  ୨୨୮ଟି
  • ବଡ ନଡ଼ିଆ କୋରା  -  ୨୯ ଟି 
  • ପାଗ ଖଇ  -  ୪୪ ଓଳି
  • ପାଚିଲା କଦଳୀ -  ୩ ସରା (୭ମୂର୍ତ୍ତି)
  • ପାତି ବା ଖୁଦି ନଡ଼ିଆ  -  ୩ ସରା
  • ଦହି   -  ୪ବଢ଼ା (ପ୍ରାୟ ୪୦୦ ଗ୍ରାମ)


ଫଟୋ: ଶ୍ରୀ ଜଗନ୍ନାଥ ଟୁଇଟର ହ୍ୟାଣ୍ଡେଲ୍

ତଥ୍ୟ: ଓଡ଼ିଆ ଉଇକିପିଡ଼ିଆ

Thursday, 16 July 2020

ବତ୍ରିଶ ସିଂହାସନ

ନନ୍ଦପୁରର ବତ୍ରିଶ ସିଂହାସନ ଅବିଭକ୍ତ କୋରାପୁଟର ତଥା ଓଡ଼ିଶାର ଅନ୍ୟତମ ଐତିହାସିକ ସ୍ଥଳ, ଯାହା ତ୍ରୟୋଦଶ ଶତାବ୍ଦୀର ଶେଷ ଓ ଚତୁର୍ଦଶ ଶତାବ୍ଦୀର ପ୍ରାରମ୍ଭରେ ଶିଳା ବଂଶୀୟ ନରପତିଙ୍କ ଦ୍ଵାରା ନିର୍ମାଣ ହୋଇଥିଲା ।

ବତ୍ରିଶ ସିଂହାସନ

ଇତିହାସ କୁହେ, ଖ୍ରୀଷ୍ଟପୂର୍ବ ୩୫୦ ବେଳେ ଏହି ଅଞ୍ଚଳ ମହାକାନ୍ତର ରୂପେ ପରିଚିତ ଥିଲା । ଖ୍ରୀଷ୍ଟାବ୍ଦ ୨୦ ସମୟରେ ବିନ୍ଧ୍ୟ ଦେଶରେ ରାଜୁତି କରିବା ରାଜା ଅର୍ଜୁନ ଦେବ ବିକ୍ରମାଦିତ୍ୟଙ୍କ କନ୍ୟାଙ୍କୁ ବିବାହ କରିଥିଲେ । ସେହି ସମୟରେ ଉଜ୍ଜୟିନୀର ଦଶହରା ଏକ ଉଚ୍ଚ ସିଂହାସନରେ ପାଳନ ହେଉଥିଲା ।

ବତ୍ରିଶ ସିଂହାସନ

ଉଜ୍ଜ୍ଵୟନୀ ଅଧିପତିଗଣ ଦେବୀ ଉପାସକ ଥିବା ବେଳେ ଦଶହରାର କିଛି ସ୍ୱତନ୍ତ୍ର ନିୟମାବଳୀକୁ ପରିପାଳନ କରୁଥିଲେ । ତେବେ ରାଣୀଙ୍କ ଆଦେଶ କ୍ରମେ ଶିଳାବଂଶୀ ରାଜବଂଶ ଗାଣପତ୍ୟ ହୋଇ ମଧ୍ୟ ଏହି ପରମ୍ପରା ପାଳନ କରି ଆସିଲେ । ସେତେବେଳେ ତାଙ୍କ ରାଜଧାନୀ ଥାଏ ନନ୍ଦିବର୍ଦ୍ଧନରେ ।

ବତ୍ରିଶ ସିଂହାସନ

ନିଷାଦ ଅଞ୍ଚଳରେ ନଳବଂଶ ରାଜାଙ୍କ ବିଲୋପ ପରେ ମତ୍ସ୍ୟବଂଶର ଦୁର୍ବଳତା ସମୟରେ ଶିଳା ବଂଶୀୟ ରାଜାମାନେ ଏହିଠାରେ ପ୍ରବେଶ କରି ରାଜ୍ୟ ଶାସନ କଲେ ଏବଂ ଏହାର ନାମ ପୁରୁଣା ରାଜଧାନୀ ନାମରେ ନନ୍ଦପୁର ରଖିଲେ । ଏହି ବଂଶର ଅନ୍ୟ ଏକ ରାଜା ଅର୍ଜ୍ଜୁନ ରାଜୁ ପ୍ରଥମେ ଏହି ୩୨ପାବଚ୍ଛ ବିଶିଷ୍ଟ ସୌଧ ନିର୍ମାଣ କରି ଦଶହରା ଆରମ୍ଭ କଲେ ।

ବତ୍ରିଶ ସିଂହାସନ

ଏହା ପରେ ଉକ୍ତବଂଶୀୟ ରାଜା ଗଙ୍ଗା ରାଜଦେବ ଅନେକ ବର୍ଷ ନିରଙ୍କୁଶ ଶାସନ ଚଳାଇଲେ, ଏହି ବଂଶର ପୁତ୍ର ଭୈରବ ରାଜୁ ଅନ୍ୟ ମତେ ବିଶ୍ଵନାଥ ଜଣେ ପ୍ରତାପୀ ରାଜା ଥିଲେ । ଏହି ସମୟରେ ପଡ଼ୋଶୀ ମତ୍ସ୍ୟକାନ୍ତର ଜୟନ୍ତ ରାଜାଙ୍କ କନ୍ୟା ସିଙ୍ଗମାଙ୍କୁ ବିବାହ କରି ମତ୍ସ୍ୟ ରାଜ୍ୟ (ମାଲକାନଗିରି ଅଞ୍ଚଳ) ନନ୍ଦପୁର ସହ ମିଶ୍ରଣ କଲେ ।

ବତ୍ରିଶ ସିଂହାସନ

ଶିଳାବଂଶର ଶେଷ ରାଜା ଥିଲେ ପ୍ରତାପ ଗଙ୍ଗ ଦେବ ରାଜ ଯିଏକି ନିଜ ସାମ୍ରାଜ୍ୟ ବିସ୍ତୀର୍ଣ୍ଣ କରି ଉତ୍ତରରେ କଳାହାଣ୍ଡି, ନବରଙ୍ଗପୁରଠାରୁ ଦକ୍ଷିଣରେ ମୋଟୁ, ଭଦ୍ରାଚଳମ୍ ପର୍ଯ୍ୟନ୍ତ । ପଶ୍ଚିମରେ ବସ୍ତରଠାରୁ ପୂର୍ବରେ ଗୁଣପୁର, ଗୁମାଗଡ଼ ପର୍ଯ୍ୟନ୍ତ ଜୟ କରିଥିଲେ ।

ପ୍ରତାପ ରାଜଙ୍କ ଏକ ମାତ୍ର କନ୍ୟାଙ୍କ ସଙ୍ଗେ ଏହି ବଂଶର ଯବନିକା ଟଣା ହୋଇଥିଲା । ଆଉ ଏହାଠାରୁ ଆରମ୍ଭ ହୋଇଥିଲା ସୂର୍ଯ୍ୟବଂଶ ରାଜୁତି । ଏହି ପ୍ରସିଦ୍ଧ ନରପତିମାନଙ୍କ କୀର୍ତ୍ତି ଅନେକ ରହିଥିଲେ ହେଁ ଓଡ଼ିଶାର ଇତିହାସରେ ସ୍ୱଳ୍ପ ପରିଚିତ ।

Saturday, 21 April 2018

ଚଟଣି
ନଡିଆ-ପୋଦିନା-ଧଣିଆ-ବାଦାମ-କଇଥ-ଆମ୍ବ-ବିଟରୁଟ-ଗାଜର-ସୋୟା-ହରଡ ଆଦିର ଚଟଣି ସ୍ୱାଦିଷ୍ଟ । ଖଟାମିଠାଦେଇ କରିନେବାକଥା ।

ଚୁରା
ବଡି-ବାଦାମ-ପଣସମଞ୍ଜି-ପାଂପଡ-ଚନାଚୁର-ଭଜାଡାଲି-ସେଉ ଆଦି ଚୁରା ବଢିଆ ।



* Photo Source: Dr Biswa Kar

Saturday, 14 April 2018

କୃଷ୍ଣଚୂଡ଼ା ଫାବାସି(! ବଂଶ ଓ ସେଫାଲୋପେନାସି ଉପ‌ବଂଶ (ର ଏକ ପୁଷ୍ପଜାତୀୟ ଗଛ । ଏହାର ପ‌ତ୍ର ଫର୍ଣ୍ଣ ପରି ମେଲିଥାଏ ଓ ଏହାର ଫୁଲ ଉଜ୍ଜଳ ରଙ୍ଗବିଶିଷ୍ଟ ହୋଇଥାଏ । ଏହା ଅନେକ କ୍ରାନ୍ତୀୟ ଅଞ୍ଚଳରେ ଏକ ଶୋଭାକାରୀ ଉଦ୍ଭିଦ ଭାବେ ବିବେଚିତ ହୋଇଥାଏ । ଏହାର ଇଂରାଜୀ ନାମ ରୟାଲ ପୋିନିସିଆନା (Royal Poinciana) । ଏହାର ହିନ୍ଦୀ/ଉର୍ଦ୍ଦୁ ନାମ ଗୁଲମୋହର (ଗୁଲର ଅର୍ଥ ଫୁଲ ଓ ମୋହରର ଅର୍ଥ ଚିହ୍ନ ବା ସନ୍ତକ) । ଓଡ଼ିଆ ଓ ବଙ୍ଗଳାରେ ଏହାକୁ କୃଷ୍ଣଚୂଡ଼ା (କୃଷ୍ଣଙ୍କ ଚୂଡ଼ାରେ ଶୋଭାପାଉଥିବା ଫୁଲ) ବୋଲି କୁହାଯାଇଥାଏ ।ଭିଏତନାମୀ ଭାଷାରେ ଏହାକୁ Phượng vĩ(ଫିନିକ୍ସର ଲାଞ୍ଜ)କୁହାଯାଇଥାଏ ।







* ଏହି ଫୋଟୋଗୁଡ଼ିକର ଉତ୍ତୋଳନ କରିଛନ୍ତି ଡ. ବିଶ୍ୱରଞ୍ଜନ କର and ଡ. ରଶ୍ମୀରଞ୍ଜନ ସାହୁ.