Header Ads Widget

Shubhapallaba free e-Magazine and online web Portal

ମହିମା ଧର୍ମ (Mahima Dharma)

ମହିମା ଧର୍ମ (Mahima Dharma)

ମହିମା ଧର୍ମ (ସତ୍ୟ ମହିମା ଅଲେଖ ଧର୍ମ) ମୁଖ୍ୟତଃ ଓଡ଼ିଶା ଓ ଏହାର ଆଖପାଖ ରାଜ୍ୟମାନଙ୍କରେ ପ୍ରଚଳିତ ଏକ ଅଦ୍ୱୈତ ସାମାଜିକ ଧର୍ମଧାରା । ସମାଜର ନିମ୍ନ ଜାତି ଭାବେ ଜଣା ଜାତିର ଲୋକଙ୍କଦ୍ୱାରା ବ୍ରାହ୍ମଣବାଦ ବିରୋଧରେ ଉନବିଂଶ ଶତାବ୍ଦୀରେ ଏକ ନୂତନ ଆନ୍ଦୋଳନ ଆରମ୍ଭ କରିଥିଲେ ।

ମହିମା ଧର୍ମାବଲମ୍ବୀମାନେ ମୂର୍ତ୍ତି ପୂଜାକୁ ବିରୋଧ କରି ଶୂନ୍ୟ ନିରାକାର ବ୍ରହ୍ମବାଦରେ ବିଶ୍ୱାସ କରିବା ଆରମ୍ଭ କରିଥିଲେ । ମହିମା ଧର୍ମ ପୃଥିବୀର କନିଷ୍ଟତମ ଧର୍ମ ଭାବରେ ମଧ୍ୟ ଜଣା । ବୌଦ୍ଧ ଧର୍ମ ଓ ଜୈନ ଧର୍ମ ତଥା ଅଦ୍ୱେତ ବେଦାନ୍ତର ପ୍ରଭାବ ଏହି ଧର୍ମରେ ପଡ଼ିଛି । ଏହି ଧର୍ମ ହିନ୍ଦୁ ସମାଜର ପୌତଳିକତା, ଜାତିବାଦ ଓ ବାହ୍ୟ ଉପଚାର ଆଦି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲା ।

ଏହି ଧର୍ମର "ମହିମା" ଶବ୍ଦଟି ଓଡ଼ିଆ ଶବ୍ଦ ମହିମ ଓ ପାଳି ଶବ୍ଦ ମଝିମରୁ ଆହରିତ ଯାହାର ଅର୍ଥ "ମଝି" ବା "ମଧ୍ୟ"। ଏହି ଧର୍ମ ଏକ ଧାର୍ମିକ ସଂସ୍ଥା ଅପେକ୍ଷା ଓଡ଼ିଆଙ୍କ ମୌଳିକ ବିଚାର ବହନ କରୁଥିବା ଏକ ସାଂସ୍କୃତିକ ସଂସ୍ଥା ସ୍ଥାପନ ଉପରେ ଅଧିକ ଦୃଷ୍ଟି ଦେଇଥିଲା । ମହିମା ଧର୍ମର ମୂଳ ଆଧାର "ନିରାକାର ବାଦ" ବା "ଶୂନ୍ୟ ପୁରୁଷ ପୂଜନ" ଉପରେ ଆଧାରିତ ।

ମହିମା ଧର୍ମର ବଡ଼ ପର୍ବ ହେଉଛି ଯୋରନ୍ଦା ମେଳା

Post a Comment

0 Comments