Header Ads Widget

Shubhapallaba free e-Magazine and online web Portal

ବାବା ଆଖଣ୍ଡଳମଣିଙ୍କ ପର୍ବ ପର୍ବାଣି

Festivals of Baba Akhandalamani Temple - ବାବା ଆଖଣ୍ଡଳମଣିଙ୍କ ପର୍ବ ପର୍ବାଣି

ବର୍ଷସାରା ବାବା ଆଖଣ୍ଡଳମଣିଙ୍କ ପାଖରେ ମଧ୍ୟ ଅନେକ ପର୍ବପର୍ବାଣି ପାଳନ କରାଯାଏ । ହିନ୍ଦୁ ପଞ୍ଜିକା ଅନୁସାରେ ବୈଶାଖ ମାସରୁ ହିଁ ବର୍ଷ ଆରମ୍ଭ ହୋଇଥାଏ । ସେହି କ୍ରମରେ ଆମେ ଉଲ୍ଲେଖ କରୁଛୁ କିଛି ପର୍ବପର୍ବାଣୀ ବିଷୟରେ ।

ପଣା ସଂକ୍ରାନ୍ତି

ଭୋର ୪ଟାରେ ବାବା ଶ୍ରୀ ଆଖଣ୍ଡଳମଣିଙ୍କର ପ‌ହଡ଼ ଫିଟାଯାଏ । ମୁଖ ପ୍ରକ୍ଷାଳନ ଏବଂ ଦନ୍ତ ମଞ୍ଜନ ପରେ ମଙ୍ଗଳ ଆଳତୀ ଆରମ୍ଭ ହୋଇଥାଏ । ମନ୍ଦିରର ପ୍ରଧାନ ପୂଜକ ପ୍ରାର୍ଥନା କରନ୍ତି ଏବଂ ଭଗବାନଙ୍କୁ ସ୍ନାନ ପାଇଁ ଆନୁରୋଧ କରିଥାନ୍ତି । ନୈବେଦ୍ୟ ପରେ ମଙ୍ଗଳ ଆଳତୀ ପ୍ରଦାନ କରାଯାଏ । ଏହା ପରେ ବାବା ଆଖଣ୍ଡଳେଶ୍ୱର ଦିଗମ୍ବର ବେଶରେ ବିଭୂଷୀତ ହୋଇଥାନ୍ତି ଏବଂ ମର୍ତ୍ତ୍ୟର ଅମୃତ ରୂପେ ଜ୍ଞାନ ପଞ୍ଜାମୃତ ଘର୍ଷଣ କାର୍ଯ୍ୟ ଆରମ୍ଭ ହୋଇଥାଏ ।

ସମସ୍ତ ରିଷ୍ଟ ଖଣ୍ଡନ କରୁଥିବା ଏହି ଘର୍ଷଣକୁ ପଣା କୁହାଯାଏ । ଅନ୍ୟ ମନ୍ଦିରମାନଙ୍କରେ କେବଳ ପଣା ସଂକ୍ରାନ୍ତି ଦିନ ହିଁ ଏହି ଘର୍ଷଣ ପର୍ବ ଅନୁଷ୍ଠିତ ହେଉଥିବା ବେଳେ, କେବଳ ବାବା ଶ୍ରୀ ଆଖଣ୍ଡଳେଶ୍ୱରଙ୍କର ମନ୍ଦିରରେ ପ୍ରତିଦିନ ଏହି ପର୍ବ ଅନୁଷ୍ଠିତ ହୋଇଥାଏ । ଏହି ସ୍ୱତନ୍ତ୍ର ଫଳଦାୟକ ଘର୍ଷଣ ପ୍ରାପ୍ତ କରିବା ପାଇଁ, ଏହିଦିନ ମନ୍ଦିରକୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥାନ୍ତି । କେବଳ ଏହିଦିନ ହିଁ ମନ୍ଦିରର ସେବକମାନେ ସେମାନଙ୍କର ଖର୍ଚ୍ଚରେ ହିଁ ଘର୍ଷଣ ପ୍ରଦାନ କରିଥାନ୍ତି । ପଣା ସଂକ୍ରାନ୍ତି ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ ।

ଚନ୍ଦନ ଯାତ୍ରା

ଗ୍ରୀଷ୍ମ ଋତୁର ଜ୍ୟୈଷ୍ଠମାସରେ ଯେତେବେଳେ ସୂର୍ଯ୍ୟଦେବଙ୍କ ପ୍ରକୋପର ଅସ‌ହ୍ୟ ତାତିରେ ଜୀବନ ଜୀଇଁବା କଷ୍ଟ ହୋଇଯାଏ, ସେତେବେଳେ ଶିବ-ଗଙ୍ଗା ପୁଷ୍କରଣୀରେ ଚନ୍ଦନ ଚାପ(ନୈକା ବିହାର) ଅନୁଷ୍ଠିତ ହୋଇଥାଏ । ବାବା ଆଖଣ୍ଡଳେଶ୍ୱରଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଦେବୀ ପାର୍ବତୀଙ୍କ ସ‌ହ ବୃଷଭଙ୍କ ଉପରେ ସବାର ହୋଇ ଡଙ୍ଗାରେ ନୈବିହାର କରନ୍ତି ।

ଭକ୍ତିଗୀତର ତାଳେ ତାଳେ ସ୍ୱର୍ଗୀୟ ଭାବନା ସୃଷ୍ଟି କରୁଥିବା ମାଳମାଳ ଆଲୋକ ତ‌ଥା ସୁସଜ୍ଜିତ ଶିବ-ଗଙ୍ଗା ପୁଷ୍କରଣୀରେ ଭଗବାନ ନୈବିହାର କରିଥାନ୍ତି । ପ୍ରକୃତରେ ଏହା ଅତ୍ୟନ୍ତ ମନୋମୁଗ୍ଧକର । ସନ୍ଧ୍ୟାରେ ପ୍ରବଚକମାନଙ୍କର ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ ତ‌ଥା ପୁଷ୍କରଣୀରେ ଦେବତାଙ୍କର ବିରାଜମାନର ଦୃଶ୍ୟ ଏହି ଉତ୍ସବକୁ ଆକର୍ଷଣୀୟ କରାଇଥାଏ । ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ ଏହି ପର୍ବ ୨୧ ଦିନ ଧରି ଚାଲିଥାଏ ।

୨୧ ଦିନ ଧରି ପାଳନ କରାଯାଉଥିବା ଏହି ଚନ୍ଦନ ଯାତ୍ରାର ମୁଖ୍ୟ ଦିନ ହେଉଛି ଚନ୍ଦନ ପୂର୍ଣ୍ଣିମା । ଲୋକ କଥାନୁସାରେ ଏହି ପବିତ୍ର ନୈକାବିହାରରେ ଦେବଦେବ ଶ୍ରୀ ମହାଦେବ ଅଖଣ୍ଡଳେଶ୍ୱର ଅସ‌ହ୍ୟ ଗରମ ତାତିରୁ ମୁକ୍ତି ପାଇଥାନ୍ତି, କିନ୍ତୁ ବାସ୍ତବରେ ଏହି ସମୟଟି ଦେବତା ଏବଂ ମାନବମାନଙ୍କର ସଭା ପାଇଁ ଏକ ଉପଯୁକ୍ତ ସମୟ । ଭଗବାନ ସ୍ୱୟଂ ମନ୍ଦିରରୁ ବାହାରକୁ ଆସିଥାନ୍ତି ଏବଂ ଭକ୍ତମାନଙ୍କର ସମସ୍ତ ଦୁଃଖ ଅସୁବିଧା ହରଣ କରିଥାନ୍ତି ।

ଶିବ ବିବାହ

ଆଷାଢ଼ ଶୁକ୍ଳ ପକ୍ଷରେ ବାବା ଆଖଣ୍ଡଳେଶ୍ୱରଙ୍କର ମନ୍ଦିରରେ ଶିବ ବିବାହ ଅନୁଷ୍ଠିତ ହୋଇଥାଏ । ବେଦର ବର୍ଣ୍ଣନାରେ ଥିବା ସୂଚନାନୁସାରେ ଭଗବାନ ଶିବ ଏବଂ ପାର୍ବତୀଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଥାଏ । ମନ୍ଦିରର ପୂଜକମାନଙ୍କ ମଧ୍ୟରୁ ଜଣେ ଦେବୀ ପାର୍ବତୀଙ୍କର ପିତାଙ୍କ ଭୂମିକା ତୁଲାଇଥିବା ବେଳେ ଅନ୍ୟଜଣେ ଭଗବାନ ଶିବଙ୍କର ପିତାଙ୍କ ଭୂମିକା ତୁଳାଇଥାନ୍ତି । ଏହା ପରେ ବିବାହର ପବିତ୍ର ମୁହୂର୍ତ୍ତ ନିର୍ଦ୍ଧାରଣ କରିବା ପରେ ବିବାହ କାର୍ଯ୍ୟ ସମ୍ପାଦନ କରି ବରକନ୍ୟାଙ୍କୁ ସ୍ୱାଗତ କରାଯାଏ ।

ଏହି ବିବାହ ଉତ୍ସବକୁ ସମସ୍ତ ଦେବାଦେବୀ, ମାନବ, ଅସୁର, ଜକ୍ଷ ସମେତ ସମସ୍ତଙ୍କୁ ସାଦର ନିମନ୍ତ୍ରଣ କରାଯାଇଥାଏ । ଆକର୍ଷଣୀୟ ଏବଂ ସୁନ୍ଦର ସାଜସଜ୍ଜା ସ‌ହିତ ରୋଷଣୀରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥାଏ । ମନୋମୁଗ୍ଧକର ରୋଷଣୀ ବର ଘରଠାରୁ ଆରମ୍ଭ ହୋଇ କନ୍ୟା ଘର ପର୍ଯ୍ୟନ୍ତ ଯାଇଥାଏ । ଦେବୀ ପାର୍ବତୀଙ୍କର ଚଳନ୍ତି ପ୍ରତିମା ପାଲିଙ୍କିରେ ବସି ସୁସଜ୍ଜିତ ବେଦୀକୁ ଆସିଥାନ୍ତି । ରାତିସାରା ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ ଏବଂ ବର ପିତା ଓ କନ୍ୟା ପିତାଙ୍କର ଭାବପୂର୍ଣ୍ଣମିଳନରେ ଏହି ବିବାହ ସମାପ୍ତ ହୋଇଥାଏ । ଏହି ଉତ୍ସବର ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଅତିଥୀମାନଙ୍କୁ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଭୋଜନ ପ୍ରଦାନ କରାଯାଇଥାଏ । ଏହି ସମ୍ପୂର୍ଣ୍ଣ ବିବାହ କାର୍ଯ୍ୟଟି ମନ୍ଦିର ପ୍ରଶାସନ ତରଫରୁ ସମ୍ପାଦନ କାରଯାଇଥାଏ ।

ଶ୍ରାବଣୀ ମହୋତ୍ସବ

ଧରାପୃଷ୍ଠରୁ ଆଷାଢ଼ମାସ ବିଦାୟ ନେବା ପରେ ଶ୍ରାବଣର ପ୍ରଥମ ସୋମ‌ବାରରୁ ଶ୍ରବଣୀ ମହୋତ୍ସବ ଆରମ୍ଭ ହୋଇଥାଏ । ସବୁ ସ୍ଥାନରେ ଗୋଟିଏ ସ୍ୱର ଶୁଣାଯାଏ, ଜଟିଆ ବାବା ପାର୍ କରେଗା । ବାବା ଆଖଣ୍ଡଳେଶ୍ୱରଙ୍କୁ ଜଳାଭିଷେକ କରାଇବା ପାଇଁ ଦେଶର ବିଭିନ୍ନ କୋଣରୁ ଲୋକମାନେ ଆସିଥାନ୍ତି । କାଉଁରିଆମାନେ ବିଭିନ୍ନ ନ‌ଦୀରୁ ଜଳ ଆଣି ପାଦରେ ଚାଲିଚାଲି ଆଖଣ୍ଡଳେଶ୍ୱରଙ୍କ ଉପରେ ଜଳାଭିଷେକ କରାଇବା ପାଇଁ ଆସିଥାନ୍ତି । ବମ୍ ବମ୍ ଭୋଲେ ଭଳି ସୁମଧୁର ସ୍ୱରରେ ଚତର୍ଦିଗ ପ୍ରକମ୍ପିତ ହୋଇଥାଏ ।

ଶ୍ରବଣୀ ମହୋତ୍ସବ ସମୟରେ ମନ୍ଦିରର ସଜ୍ଞା ଶବ୍ଦର ବର୍ଣ୍ଣନା କରିହେବ ନାହିଁ । ପ୍ରତ୍ୟେକ ସୋମ‌ବାର ସନ୍ଧ୍ୟାରେ ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ଆଲୋକମାଳାରେ ମନ୍ଦିରକୁ ସଜାଯିବା ସ‌ହ ଭକ୍ତି ସଙ୍ଗୀତ ସାଙ୍ଗକୁ ପ୍ରବଚନର ମଧ୍ୟ ଆୟୋଜନ କରାଯାଇଥାଏ । କାଉଁରିଆ ସଙ୍ଗଠନ ପକ୍ଷରୁ ଜଳ ନେଇ ଆସୁଥିବା କାଉଁରିଆମାନଙ୍କ ପାଇଁ ମଗଣା ଖାଦ୍ୟପେୟର ବନ୍ଦୋବସ୍ତ କରାଯାଇ ସଙ୍ଗେ ସଙ୍ଗେ ସେମାନଙ୍କର ସେବା ପାଇଁ ସମସ୍ତ ଆୟୋଜନ କରାଯାଇଥାଏ । ଶ୍ରାବଣୀ ମହୋତ୍ସବ ପ୍ରଥମ ସୋମ‌ବାରରୁ ଆରମ୍ଭ ହୋଇ ଶେଷ ସୋମ‌ବାରରେ ସମାପ୍ତ ହୋଇଥାଏ । କିନ୍ତୁ ଜଗନ୍ନାଥ ପଞ୍ଜିକାନୁସାରେ ଏହି ଉତ୍ସବ ଶ୍ରାବଣ ପୂର୍ଣ୍ଣିମା ଯାଏ ଚାଲିଥାଏ । ଶ୍ରାବଣ ମାସର ପ୍ରତ୍ୟେକ ସମୋବାରରେ ଜଳାଭିଷେକ କରଯାଇଥାଏ ।

ଝୁଲଣ ଯାତ୍ରା

ଶ୍ରାବଣ ଏକାଦଶୀଠାରୁ ଝୁଲଣ ଯାତ୍ରା ଆରମ୍ଭ ହୋଇଥାଏ ଏବଂ ଶ୍ରାବଣ ପୂର୍ଣ୍ଣିମାରେ ଏହି ମେଳ ଶେଷ ହୁଏ । ଏହି ଯାତ୍ରାରେ ବାବା ଆଖଣ୍ଡଳେଶ୍ୱରଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଦେବୀ ପାର୍ବତୀଙ୍କ ସ‌ହ ଝୁଲଣ ମଣ୍ଡପକୁ ଆସନ୍ତି । ଶ୍ରାବଣର ସୁନ୍ଦର ସନ୍ଧ୍ୟାରେ ବୃଷଭ ଉପରେ ଏକତ୍ର ବିରାଜମାନ ହୋଇ ମିଠା ମିଠା ଭକ୍ତି ସଙ୍ଗୀତ ତାଳେ ତାଳେ ସେମାନଙ୍କର ଝୁଲଣ ଯାତ୍ର ଆରମ୍ଭ ହୋଇଥାଏ । ଏହି ଯାତ୍ରା ୫ ଦିନ ଧରି ରାକ୍ଷୀ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ଏହି ଯାତ୍ରାର ଆନନ୍ଦ ଦେଖିବା ଭଳି ହୋଇଥାଏ ।

ଗଣେଶ ପୂଜା

ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ ସଙ୍କଳ୍ପ ମଣ୍ଡପରେ ଦେବୀ ପାର୍ବତୀଙ୍କର ପ୍ରିୟ ପୁତ୍ର ବିଘ୍ନନାଶକ ଶ୍ରୀ ଗଣେଶ ବିଦ୍ୟମାନ ହୋଇଥାନ୍ତି । ଏହି ମଣ୍ଡପରେ ଶ୍ରୀ ଗଣେଶ ପୂଜା ଅନୁଷ୍ଠିତ ହୋଇଥାଏ ଏବଂ ଭକ୍ତମାନେ ଉପବାସ କରିବା ସ‌ହ ଶ୍ରୀ ଗଣେଶଙ୍କ ଉପସନା କରିଥାନ୍ତି । କେବଳ ମନ୍ଦିରର ପୂଜକମାନେ ନୁହେଁ ବରଂ ସମସ୍ତ ସାଧାରଣ ଜନତା ଏହି ପୂଜାରେ ଯୋଗଦେଇ ଶ୍ରୀ ଗଣେଶଙ୍କର ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି ।

ଦୂର୍ଗାପୂଜା

ଗଣେଶ ପୂଜାଠାରୁ ପାର୍ବଣ ଆରମ୍ଭ ହୋଇଥାଏ । ଆଖଣ୍ଡଳେଶ୍ୱର ମନ୍ଦିରରେ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇ ଦୁର୍ଗା ପୂଜା ଦୀର୍ଘ ୧୬ ଦିନ ଧରି ଚାଲିଥାଏ । କନ‌କ ଦୂର୍ଗାଙ୍କର ମନ୍ଦିର ମନ୍ଦିରର ଦକ୍ଷିଣ ଭାଗରେ ଅବସ୍ଥିତ । ଦେବୀ ପାର୍ବତୀ ଉତ୍ତରକୁ ମୁଖ କରି ବିରାଜମାନ ହୋଇଛନ୍ତି । ବାବା ଆଖଣ୍ଡଳେଶ୍ୱରଙ୍କର ମନ୍ଦିରର ଗର୍ଭଗୃହରେ ଦେବୀ ପାର୍ବତୀ ଏବଂ ଦେବୀ କନ‌କ ଦୁର୍ଗା ସିଂହାସନରେ ବିରାଜମାନ କରିଛନ୍ତି ।

୧୬ଦିନ ଧରି ଏହି ପର୍ବ ବଡ଼ ଆଡ଼ମ୍ବର ସ‌ହ ପାଳନ କରାଯାଏ । ଆଚାର ବିଚାର ଅନୁସାରେ, ଦେବୀ ଦୁର୍ଗା ୧୬ ଦିନ ଧରି ଯୁଦ୍ଧ କରି ମହିସାଷୁରକୁ ବଦ୍ଧ କରିଥିଲେ । ସେଥିପାଇଁ ଏହି ୧୬ଦିନର ପୂଜା ଦେବୀ ଦୁର୍ଗାଙ୍କ ପାଇଁ ପାଳନ କରାଯାଏ, ଯାହାଙ୍କର ବୟସ ୧୬ ବର୍ଷ ବୋଲି ଧରାଯାଏ । ୧୬ଦିନର ଏହି ପୂଜାରେ ପ୍ରତ‌ହ୍ୟ ଚଣ୍ଡି ଯଜ୍ଞ ଏବଂ ଷୋଡ଼ଶ ଉପଚାର ପୂଜା କରାଯାଇଥାଏ । ପ୍ରତ୍ୟେକ ସନ୍ଧ୍ୟାକୁ ଆକର୍ଷଣୀୟ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗେ ସଙ୍ଗେ ପ୍ରବଚନର ଆୟୋଜନ କରାଯାଇଥାଏ ।

କାଳୀପୂଜା ଏବଂ ଦୀପାବଳୀ

କାର୍ତ୍ତୀକ କୃଷ୍ଣ ଚତୁଦ୍ଦର୍ଶୀଠାରୁ ଦୀପାବଳୀ ଉତ୍ସବ ଆରମ୍ଭ ହୋଇଥାଏ ଏବଂ ଅମାବାସ୍ୟାର ଘନ ଅନ୍ଧକାରର ମଧ୍ୟରାତ୍ରରେ ଦେବୀ କାଳୀଙ୍କ ପୂଜା ଆରମ୍ଭ ହୋଇଥାଏ । ମହାକାଳୀ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ବିରାଜମାନ କରିଥାନ୍ତି । ପୂରାଣାନୁସାରେ ଅସୁରମାନଙ୍କର ବିନାସ କରି ସାଧୁସନ୍ଥମାନଙ୍କୁ ରକ୍ଷା କରିବା ନିମନ୍ତେ ଦେବୀ ପାର୍ବତୀ ହିଁ ମହାକାଳୀଙ୍କର ଅବତାର ନେଇଥିଲେ ।

ଦୀପାବଳୀରେ ସୁସଜ୍ଜିତ ମନ୍ଦିର ଏକ ନବ‌ବଧୂ ପରି ଦୃଶ୍ୟମାନ ହୋଇଥାଏ ।

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତୀକ ପୂର୍ଣ୍ଣିମାରେ ସମ୍ପୂର୍ଣ୍ଣ ଦିନ‌କର ଯଜ୍ଞ ପରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀ ହର-ଗୌରୀ ରୂପରେ ଆବିର୍ଭୂତ ହୋଇଥାନ୍ତି । ବଡ଼ ସିଂହାର ବେଶରେ ଦର୍ଶନ ଦେଉଥିବା ମହାଦେବ ଶିବଙ୍କର ସିଂହାସରେ ଠିକ ପଛ ପଟରେ ଏକ ରୂପା ସିଂହାସନରେ ମହାଦେବ ଶିବ ଏବଂ ଦେବୀ ପାର୍ବତୀଙ୍କର ସୋଲୋ ନିର୍ମିତ ପ୍ରତିମୂର୍ତ୍ତୀ ରଖାଯାଇଥାଏ । କେବଳ ଏହି ଦିନରେ ଭକ୍ତମାନେ ହର-ଗୌରୀଙ୍କର ଏହି ପ୍ରତିମୂର୍ତ୍ତୀକୁ ସ୍ପର୍ଶ କରିପାରିଥାନ୍ତି । ରାସ ପୂର୍ଣ୍ଣିମା ପାଇଁ ସନ୍ଧ୍ୟାରେ ଆୟୋଜନ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରକୃତରେ ସୁଖଦ ହୋଇଥାଏ । ଏହି ସନ୍ଧ୍ୟାରେ ସ୍ଥାୟୀ ମଣ୍ଡପରେ ବିଭିନ୍ନ ପ୍ରକାରର ନାଚଗୀତର ଆସର ଜମିଥାଏ ।

ଗୀତା ଜୟନ୍ତୀ

ଆଷାଢ଼ ମାସର ଶୁକ୍ଳ ତ୍ରୟୋଦଶୀଦିନ ଗୀତା ଜୟନ୍ତୀ ପାଳନ କରାଯାଏ । ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁ ହେଉଛନ୍ତି ଏକ ଏବଂ ଉଦାସୀନ । ଭଗବାନ ଶିବ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ପ୍ରଧାନ ଭକ୍ତ । ପବିତ୍ର ଗୀତା ବ‌ହିର ଦିବ୍ୟ ମନ୍ତ୍ର ଉଚ୍ଚାରଣ ଏବଂ ମନ୍ତ୍ର ବିଷୟରେ ବିଚାର ବିମର୍ଶରେ ସେଦିନ ମନ୍ଦିର ସ୍ୱର୍ଗ ପରି ଲାଗିଥାଏ । କେବଳ ପୂଜମାନେ ନୁହନ୍ତି ସାଧରଣ ଭକ୍ତମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି ।

ମହାଶିବ ରାତ୍ରୀ

ଫାଲ୍ଗୁନ ମାସର କୃଷ୍ଣ ତ୍ରୟୋଦସୀ ପରେ ଚତୁର୍ଦ୍ଦଶୀ ଦିନ ପ୍ରସିଦ୍ଧ ଜାଗର ଯାତ୍ରା ପାଳନ କାରଯାଏ । ଏହି ପର୍ବ ବର୍ଷସାରା ପାଳନ କରାଯାଉଥିବା ପର୍ବମାନଙ୍କର ସମିଶ୍ରଣ ସ‌ହ ସମାନ ଅଟେ । ଆଳତୀ ସରିବା ପରେ କନିକାର ରାଜା ଘର୍ଷଣ ଏବଂ ଖିଚୁଡ଼ି ଅର୍ପଣ କରିଥାନ୍ତି । ମହାଦେବ ଦିଗମ୍ବର ବେଶ ଧାରଣ କରିଥାନ୍ତି ଏବଂ ଅସଂଖ୍ୟ ଭକ୍ତ ଏହି ଆକର୍ଷକ ଶୋଭା ଦେଖିବା ପାଇଁ ଆସିଥାନ୍ତି । ଜାଗରର ପ୍ରଥମ ପ‌ହଡ଼ରୁ ହିଁ ପୂଜା ଆରମ୍ଭ ହୋଇଥାଏ । ସମସ୍ତ ଭକ୍ତ ଏବଂ ପୂଜକମାନେ ଷୋଡ଼ଶ ଉପଚାର ଅଭିଷେକ ଏବଂ ଯଜ୍ଞର ସମାପ୍ତିଯାଏ ଉଜାଗର ରହିଥାନ୍ତି । ପୂଜାର ଶେଷ ପ‌ହଡ଼ ଏବ ଅଭଷେକ ପରେ ମହାସ୍ନାନ ଅନୁଷ୍ଠିତ ହୋଇଥାଏ । ଗଙ୍ଗା ନଦୀରୁ ସଂଗ୍ରହ କରାଯାଇଥିବା ୧୦୮କୁମ୍ଭ ଜଳ ମହାଦେବଙ୍କ ଉପରେ ପୂଜକମାନେ ଢ଼ାଳିଥାନ୍ତି । ଏହା ପରେ ମହାଦେବ ଶିବ ଅତ୍ୟାବଶ୍ୟକୀୟ ସୁନାର ଅଳଙ୍କାରରେ ଅଳଙ୍କୃତ ହୋଇଥାନ୍ତି । ଭଗବାନ ଶିବଙ୍କର ଏହି ସୁନ୍ଦର ରୂପ ଦେଖିବାକୁ ଅନ୍ୟ ଦେବାଦେବୀମନଙ୍କ ଅନେକ ଇଚ୍ଛା ଥାଏ । ଏହି ଅଳଙ୍କାର ସ‌ହ ମହାଦେବ ଶିବର ଦର୍ଶନ ସମସ୍ତ ମାନବ ସମେତ ଦେବାଦେବୀଙ୍କ ପାଇଁ ଅମୂଲ୍ୟ ଅଟେ ।

ମନ୍ଦିର ପ୍ରଶାସନ ତରଫରୁ ଆୟୋଜନ କରାଯାଇଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ରାତିସାରା ଚାଲିଥାଏ । ଏହିଦିନ ମନ୍ଦିରର ସମସ୍ତ କାର୍ଯ୍ୟ ଏବଂ ଅଳାଙ୍କାର ଆଭୂଷଣର ଦୃଶ୍ୟ ଦୂରଦର୍ଶନ ମାଧ୍ୟମରେ ପ୍ରାସାରଣ କରାଯାଏ ଏବଂ ମନ୍ଦିର ବାହାରେ ଥିବା ଭକ୍ତମାନଙ୍କ ପାଇଁ ପ୍ରୋଜେକ୍ଟର ମାଧ୍ୟମରେ ଦେଖାଯାଇଥାଏ । ଏହି ସବୁର ଆୟୋଜନ ସମସ୍ତ ଭକ୍ତମାନଙ୍କଦ୍ୱାରା ହୋଇଥାଏ । ଷୋଡ଼ଶ ଉପଚାର ପୂଜା ଶେଷ ହେବା ପରେ ପାଖାପାଖି ରାତି ୪ଟା ବେଳେ ମହାଦୀପ ପୂଜା ଆରମ୍ଭ ହୋଇଥାଏ । ମନ୍ଦିରର ପୂଜକମାନଙ୍କଦ୍ୱାରା ମହାଦୀପ ପ୍ରସ୍ତୁତ କରାଯାଇଥାଏ । ବେଦରେ ଥିବା ସୂଚନାନୁସାରେ ପୂଜକ ଏବଂ ଭକ୍ତମାନେ ମହାଦୀପକୁ ଧରି ମନ୍ଦିର ଚାରିପଟେ ପରିକ୍ରମା କରିବା ପରେ ଶେଷରେ ମନ୍ଦିରର ଅଗ୍ରଭାବରେ ଦୀପକୁ ସ୍ଥାପନ କରିଥାନ୍ତି । ଭକ୍ତମାନଙ୍କର ରିଷ୍ଟଖଣ୍ଡନ ତ‌ଥା ସେମାନଙ୍କୁ ଉପରୁ କୁଶକ୍ତିକୁ ଦୂର କରିବା ପାଇଁ ଏହି ପୂଜା କରାଯାଇଥାଏ ।

ଦୋଳ ଯାତ୍ରା

ଫାଲ୍ଗୁନ ମାସର ପୂର୍ଣ୍ଣିମା ଦିନ ବାବା ଆଖଣ୍ଡଳେଶ୍ୱର ମନ୍ଦିରରେ ଦୋଳ ଯାତ୍ରା ଅନୁଷ୍ଠିତ ହୋଇଥାଏ । ବାବା ଆଖଣ୍ଡଳେଶ୍ୱର ଏବଂ ମାତା ପାର୍ବତୀଙ୍କର ଚଳନ୍ତି ପ୍ରତିମା ଏହିଦିନ ବୃଷଭ ଉପରେ ସବାର ହୋଇ ଭୋଗମଣ୍ଡପକୁ ଆସିଥାନ୍ତି । ଭୋଗମଣ୍ଡପରେ ସେଦିନ ରାତିରେ ଅନ୍ୟ ସ୍ଥାନରୁ ଆସିଥିବା ଦେବତାମାନଙ୍କୁ ସେମାନେ ଭେଟିଥାନ୍ତି । ମହଦେବ ଶିବ ଭଗବାନ ବିଷ୍ଣୁଙ୍କୁ ଏବଂ ଦେବୀ ପାର୍ବତୀ ମାଆ ଲକ୍ଷ୍ମୀଙ୍କୁ ଭେଟିଥାନ୍ତି । ସେହି ମିଳନ ସ୍ଥାନରେ ହିନ୍ଦୁମାନଙ୍କର ନବ ବର୍ଷର ନୂଆ ପାଞ୍ଜି ଉନ୍ମୋଚିତ ହୋଇଥାଏ ।


Post a Comment

0 Comments