Header Ads Widget

Shubhapallaba free e-Magazine and online web Portal

ମହାପ୍ରଭୁଙ୍କ ଗୋପାଳବଲ୍ଲଭ ଭୋଗ

ମହାପ୍ରଭୁଙ୍କ ଗୋପାଳବଲ୍ଲଭ ଭୋଗ

ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଥମ ଭୋଗ ହେଉଛି ଗୋପାଳବଲ୍ଲଭ ଭୋଗ । ଦିନର ପ୍ରଥମ ଶୁଖିଲା ଭୋଗ ଅନବସର ପିଣ୍ଡି ବା ବଳ୍ଳଭ ପିଣ୍ଡିରେ ପଞ୍ଚୋପଚାର ବିଧିରେ ସେବାୟତ ମାନେ ଏହି ନୈବେଦ୍ୟ ଅର୍ପଣ କରନ୍ତି ।

ଅଣସର ସମୟରେ ଏହା ଜୟ ବିଜୟ ଦ୍ୱାର ନିକଟରେ ସର୍ପମଣୋହି ଭାବେ ଅର୍ପଣ କରାଯାଏ । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଠାକୁରଙ୍କର ପହିଲି ଭୋଗ ନୀତି ଆରମ୍ଭ ହେଉଥିବାରୁ ଏହି ଭୋଗ ପହଲି ଭୋଗ ସହ ଅର୍ପଣ କରାଯାଏ । ଦୋଳ ପୂର୍ଣ୍ଣିମା ଓ ସ୍ନାନ ପୂର୍ଣ୍ଣିମା ଦିନ ସକାଳ ଧୂପ ସହ ଅର୍ପଣ କରାଯାଏ ।

Gopal Ballav Bhog

ପୂର୍ବେ ଏହି ଦୁଇଯାତ୍ରାରେ ବିଗ୍ରହମାନେ ରତ୍ନସିଂହାସନ ଛାଡ଼ି ବାହାର ବିଜେ କରୁଥିବାରୁ ଏଭଳି ନୀତି ଅନୁସୃତ ହେଉଥିଲା । କିନ୍ତୁ ଗଉଡ଼ିଆ ଗୋବିନ୍ଦଦେବଙ୍କ ସମୟରେ ୧୫୬୧ ଖ୍ରୀଷ୍ଟାବ୍ଦରେ ଦୋଳ ପୂର୍ଣ୍ଣିମା ଅବସରରେ ଦୋଳି ଛିଣ୍ଡି, ଶ୍ରୀଜଗନ୍ନାଥଙ୍କ ଶ୍ରୀଭୁଜ ଭଗ୍ନ ହେବାରୁ ପରବର୍ତ୍ତୀ ସମୟରେ ଜଗନ୍ନାଥଙ୍କ ବିଜୟ ପ୍ରତିମା ମଦନମୋହନଙ୍କୁ (ଦୋଳଗୋବିନ୍ଦ) ବିଜେ କରାଗଲା । ବର୍ତ୍ତମାନ ଦୋଳବେଦୀକୁ ବିଜୟ ପ୍ରତିମା ଆସିଲେ ମଧ୍ୟ ପୂର୍ବ ପରମ୍ପରା ରକ୍ଷା କରାଯାଉଛି ।
  • ସାନ ନଡ଼ିଆ କୋରା  -  ୨୨୮ଟି
  • ବଡ ନଡ଼ିଆ କୋରା  -  ୨୯ ଟି 
  • ପାଗ ଖଇ  -  ୪୪ ଓଳି
  • ପାଚିଲା କଦଳୀ -  ୩ ସରା (୭ମୂର୍ତ୍ତି)
  • ପାତି ବା ଖୁଦି ନଡ଼ିଆ  -  ୩ ସରା
  • ଦହି   -  ୪ବଢ଼ା (ପ୍ରାୟ ୪୦୦ ଗ୍ରାମ)


ଫଟୋ: ଶ୍ରୀ ଜଗନ୍ନାଥ ଟୁଇଟର ହ୍ୟାଣ୍ଡେଲ୍

ତଥ୍ୟ: ଓଡ଼ିଆ ଉଇକିପିଡ଼ିଆ

Post a Comment

1 Comments

  1. ମଦନମୋହନ ଓ ଦୋଳଗୋବିନ୍ଦ ୨ଜଣ ଅଲଗା ବିଗ୍ରହ ।
    ଏହି କଥାବସ୍ତୁ ରେ ଏହି ଦୋଳ ବିଷୟ ର କିଛି ତାତ୍ପର୍ଯ୍ୟ ନାହିଁ

    ReplyDelete