Header Ads Widget

Shubhapallaba free e-Magazine and online web Portal

ଚୈତ୍ର ମଙ୍ଗଳବାର ଓଷା (ପାନ୍ଥେଇ ଓଷା)

ଚୈତ୍ର ମଙ୍ଗଳବାର ଓଷା ବା ପାନ୍ଥେଇ ଓଷା ମୁଖ୍ୟତଃ ଚୈତ୍ର ମାସ ମଙ୍ଗଳବାରରେ ପାଳନ କରାଯାଏ ।  ଚୈତ୍ରମାସର ପ୍ରତ୍ୟେକ ମଙ୍ଗଳବାର ପନ୍ଥେଇ ପୂଜା କରାଯାଇଥିବା ବେଳେ ବୈଶାଖ ମାସର ପ୍ରଥମ ମଙ୍ଗଳବାର ଏହା ଉଦ୍‌ଯାପିତ ହୋଇଥାଏ । ଏହି ପୂଜା କରିବା ଦ୍ୱାରା ମା’ ମଙ୍ଗଳାଙ୍କ କୃପା ମିଳିବାର ବିଶ୍ୱାସ ରହିଛି । ସ୍ୱାମୀ ଓ ସନ୍ତାନମାନଙ୍କ ମଙ୍ଗଳକାମନା କରି ସଧବା ସ୍ତ୍ରୀମାନେ ଚୈତ୍ର ମଙ୍ଗଳବାର ଓଷା ରଖିଥାନ୍ତି। ପୂଜା ବିଧି ଅନୁଯାୟୀ, ଗାଁ ଦାଣ୍ଡରେ ପନ୍ଥେଇ ଖୋଳା ଯିବା ପରେ ଗୋବର ପାଣିରେ ଲିପା ଯାଇଥାଏ । ପନ୍ଥେଇ ମଧ୍ୟରେ ହଳଦୀ, ଚୁଆ, କ୍ଷୀର, ପାଣି ଆଦି ଢଳାଯାଇଥିଲା । ଏହାର ଚତୁଃପାର୍ଶ୍ୱରେ ଆମ୍ବଡାଳ, ଆମ୍ବକଷି, ଗୁଆ ରଖାଯିବା ସହ ସିନ୍ଦୂର ଓ ମୁରୁଜ ପକାଯାଇଥିଏ । ଏହାପରେ ପନ୍ଥେଇ ନିକଟରେ ଭୋଗଲାଗି କରାଯାଇଥିଲା । ପୂଜା ଶେଷ ହେବା ପରେ ମହିଳାମାନେ ପନ୍ଥେଇ ପାଣିକୁ ପ୍ରସାଦ ରୂପେ ପାଇଥାନ୍ତି । ଏହି ସମୟରେ ହରିବୋଲ, ହୁଳହୁଳି ପକାଯାଇଥାଏ ।

* This photo is captured by Tapas Ranjana.

Post a Comment

1 Comments

  1. ଆମ ଓଡ଼ିଆଣୀଙ୍କ ଓଷା ,ସ୍କୁଲ ରେ ପଢିଲାବେଳେ ଓଡ଼ିଆ ସାହିତ୍ୟ ପରୀକ୍ଷାରେ ମୁଁ କେବେବି ଓଡ଼ିଶାର ପର୍ବପର୍ବାଣି ରଚନା ଲେଖୁନଥିଲି..ସୀମିତ ସମୟ ଓ ଶବ୍ଦ ରେ ଲେଖିବା ଏତେ ସହଜ ନୁହେଁ ! ପ୍ରତିଟି ପର୍ବ ଗୋଟିଏ ଗୋଟିଏ ରଚନା /ପ୍ରବନ୍ଧ ଯେମିତି ରଥଯାତ୍ରା , ରଜପର୍ବ , ଦଶହରା , ଦୀପାବଳି , ହୋଲି ...ମୋ ଭଉଣୀ ସହ ଯୁକ୍ତିତର୍କ ହେଲେ ଶେଷ ସମାଧାନ ରେ ତାକୁ ପ୍ରଶ୍ନ ପଚରା ଯାଏ କୋଉ ପର୍ବ କେବେ ପଡେ ! ଏଇଟା ନିଶ୍ଚିତ ଥିଲା ଯେ ସେ ଜମା ମନେ ରଖି ନଥିବା ଓ ମୁଁ ବାଜିରେ ଜିତି ଯାଏ !!!

    ReplyDelete