Header Ads Widget

Shubhapallaba free e-Magazine and online web Portal

ଆମ ବିଷୟରେ

 


ବର୍ତ୍ତମାନ ଯୁଗରେ ସବୁକିଛି ଇଣ୍ଟରନେଟରେ ଉପଲବ୍ଧ । ଏମିତିକି ଆମେ ଆମର ନିତିଦିନ ଜୀବନରେ ବ୍ୟବ‌ହାର କରୁଥିବା ପ୍ରତ୍ୟେକ ଜିନିଷ ଇଣ୍ଟରନେଟ ମାଧ୍ୟମରେ ଘରେ ବସି ପାଇପାରିବା । ତେଣୁ ଇଣ୍ଟରନେଟ ଆମ ଜୀବନର ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବରେ ଏବେ ପରିଗଣିତ ହେଉଛି । ସବୁ ଲୋକ କୌଣସି ବି ଜିନିଷ ଉପରେ ସବିଶେଷ ତ‌ଥ୍ୟ ଇଣ୍ଟରନେଟ ମାଧ୍ୟମରୁ ପାରିପାରୁଛନ୍ତି । ତ‌ଥାପି ଅନେକ ଜିନିଷ ଏବେ ବି ଲୁକ୍କାଇତ ହୋଇ ରହିଛି । ସେହି ସବୁ ଜିନିଷଗୁଡ଼ିକ ହୁଏତ ଇଣ୍ଟରନେଟରେ ଉପଲବ୍ଧ ହୋଇପାରିଲେ ଅନେକ ଲୋକ ଏହାର ଲାଭ ଉଠାଇପାରିବା ସ‌ହ ଅନେକ ମଧ୍ୟ ଏହି ଜିନିଷ, ସ୍ଥାନ ବିଷୟରେ ଜାଣିବେ । ତେଣୁ ଇଣ୍ଟରନେଟ ଜରିଆରେ ଆମ ଆଗରେ ଆସୁଥିବା କିଛି ଆକର୍ଷଣୀୟ ଏବଂ ଉପାଦେୟ ଚିତ୍ର ବା ଛବିକୁ ଅଧିକ ଲୋକଙ୍କ ପାଖରେ ପ‌ହ‌ଞ୍ଚାଇବାକୁ ଆମର ଏହି ଛୋଟ ପ୍ରଚେଷ୍ଟା ।

ଆମର ଏହି କାମରେ ଆମେ ମୁଖ୍ୟତଃ ପର୍ଯ୍ୟଟନ, ଖାଦ୍ୟପେୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଆଦିର ଫଟୋକୁ ଅଧିକ ପ୍ରାଧାନ୍ୟ ଦେଇଥାଉ । ଅନେକ ସମୟରେ ଆମ ଆଗରେ ଘଟିଯାଉଥିବା କିଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଦୃଶ୍ୟକୁ ଆମେ ଅନ୍ୟ ଆଗରେ ବର୍ଣ୍ଣନା କଲାବେଳେ ସେ ତାକୁ କିଛି ମାତ୍ରରେ ଉପଭୋଗ କରିପାରନ୍ତି । ମାତ୍ର ଯଦି ଆମେ ସେହି ଦୃଶ୍ୟର ଛବିଟିଏ ଆମର କ୍ୟାମେରା କିମ୍ବା ମୋବାଇଲ୍‌ରେ ତୋଳିଦେଇଥିବା ସେମାନେ ମଧ୍ୟ ସେହି ଦୃଶ୍ୟକୁ ଆମ‌ଭଳି ସମ ପରିମାଣରେ ଉପଭୋଗ କରିବେ । ଏହା ସ‌ହ ଆମର ସଂସ୍କୃତି, ପରମ୍ପରା, ଓଷାବ୍ରତ ଆଦିକୁ ଅନ୍ୟ ସମ୍ପ୍ରଦାୟର ଲୋକଙ୍କପାଖରେ ପ‌ହ‌ଞ୍ଚାଇବାକୁ ସେହିସବୁର ଫଟୋ ସ‌ହ କିଛି ଉପାଦେୟ ତ‌ଥ୍ୟ ମଧ୍ୟ ସ୍ଥାନିତ କରୁଛୁ ।

​ଆମର ଏହି କାର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୁକ୍କାଇତ ପ୍ରାକୃତିକ ସୌନ୍ଦର୍ଯ୍ୟ, ପର୍ଯ୍ୟଟନ ସ୍ଥଳୀ ଆଦିକୁ ଲୋକଲୋଚନ‌କୁ ଆଣିବା । ଦୁନିଆରେ ସବୁଠାରୁ ସୁନ୍ଦର ହେଉଛି ଆମର ଏହି ପ୍ରକୃତି, ତାର ସୌନ୍ଦର୍ଯ୍ୟର ଦର୍ଶନ ସଭିଙ୍କ ଭାଗ୍ୟରେ ନଥାଏ, ତେଣୁ ଯାହା ଭାଗ୍ୟରେ ସୂର୍ଯ୍ୟ ଉଦୟ ହୁଏ, ସେ ତା'ର ଭାଗ୍ୟକୁ ଆନ୍ୟମାନଙ୍କ ଭାଗ୍ୟ ସ‌ହ ବାଣ୍ଟିବାର ଏହା ଏକ ବଡ଼ ସୁଯୋଗ ।