Header Ads Widget

Shubhapallaba free e-Magazine and online web Portal

ଉତ୍କୃଷ୍ଟ ଚିଲିକା



ଚିଲିକା ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଲବଣାକ୍ତ ହ୍ରଦ । ଏହା ଓଡ଼ିଶାର ସବୁଠୁ ବଡ଼ ହ୍ରଦ । ଅଂଶୁପା ଓ ସର ମଧୁରଜଳ ହ୍ରଦ ହୋଇଥିବା ବେଳେ ଚିଲିକା ହେଉଛି ଲବଣାକ୍ତ ଜଳ ହ୍ରଦ । ଏଠାରେ ଥିବା ନଳବଣ ବିଦେଶୀ ପକ୍ଷୀମାନଙ୍କ ଶୀତକାଳୀନ ବାସସ୍ଥାନ । ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ହଜାର ହଜାର ମାଇଲ ଉଡ଼ି ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ଆସନ୍ତି । ଏଠାରେ ଥିବା ପରିକୁଦ ଓ ମାଲୁଦ ଦ୍ଵୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ଗନ୍ତାଘର ।


ଅନେକ ପୁସ୍ତକରେ ଚିଲିକା ଏକ ହ୍ରଦ ଭାବରେ ବର୍ଣ୍ଣିତ ଓ ଆଲୋଚିତ । ହ୍ରଦ ଏକ ଜଳଭାଗ ଯାହାର ଚତୁଃପାର୍ଶ୍ଵ ସ୍ଥଳଭାଗଦ୍ଵାରା ପରିବେଷ୍ଟିତ । ମାତ୍ର ଚିଲିକା ହେଉଛି ଏକ "ଲବଣାକ୍ତ ହ୍ରଦ" । ଏହା ଏପରି ଏକ ଜଳଭାଗ ଯାହାର ପ୍ରାୟଶଃ ତିନିପାର୍ଶ୍ଵ ସ୍ଥଳଭାଗଦ୍ଵାରା ପରିବେଷ୍ଟିତ ହୋଇଥିବା ବେଳେ ଏକ ପାର୍ଶ୍ଵ ସମୁଦ୍ର ସହ ସଂଯୁକ୍ତ । 

ଉତ୍ସ: ଉଇକିପିଡ଼ିଆ








* ଏହିସବୁ ଫଟୋଗୁଡ଼ିକ ଉଠେଇଛନ୍ତି ହିମାଂଶୁ ଶେଖର ପଣ୍ଡା ।



Post a Comment

0 Comments